କଟକ ଆଗ୍ରିଭେଟର ଅତ୍ୟାଧୁନିକ ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ଉଦ୍ଘାଟିତ

Jun 19, 2024 - 19:51
 3
କଟକ ଆଗ୍ରିଭେଟର ଅତ୍ୟାଧୁନିକ ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ଉଦ୍ଘାଟିତ

    ଖବର ଓଡ଼ିଶା ବ୍ଯୂର:    :ଦୈନିକ ୧୨୫ କିଲୋଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ନଷ୍ଟ ହୋଇଥିବା ଶସ୍ୟ / ଭଙ୍ଗା ଚାଉଳ  ମ   କାରୁ ଇଥାନଲ ଉତ୍ପାଦନ କରାଯିବ

•              ପ୍ରାୟ ୨୫୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୦୦୦ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି

•              ୩୦ ହଜାରରୁ ଅଧିକ ଚାଷୀ ଉପକୃତ ହେବେ

କଟକଭୁବନେଶ୍ଵର୧୮ ଜୁନ ୨୦୨୪:

ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ସୁଦୃଢ କରି ମାନ୍ୟବର ସାଂସଦ (ଭୁବନେଶ୍ୱରଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଆଜି କଟକ ବାଁଆରା ଠାରେ କଟକ ଆଗ୍ରିଭେଟ ଦ୍ବାରା ନିର୍ମିତ ଅତ୍ୟାଧୁନିକ ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି  ସମ୍ମାନିତ ଅତିଥି ଭାବେ ବାଙ୍କୀ ବିଧାୟକ ଶ୍ରୀ ଦେବୀ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ  ଏହି ଅବସରରେ କଟକ ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ (ଆଇଏଏସ୍), କଟକ ଗ୍ରାମାଞ୍ଚଳର ପୁଲିସ ଅଧୀକ୍ଷକ ଶ୍ରୀମତୀ ଏଲଦିବ୍ୟା (ଆଇପିଏସ୍ କଟକ ଆଗ୍ରିଭେଟ୍ ଲିମିଟେଡ୍  ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୋହିତ ସିଙ୍ଗଲା ପ୍ରମୁଖ ଉପସ୍ଥିତ ଥିଲେ 

ଦୈନିକ ୧୨୫ କିଲୋଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ଇଥାନଲ କାରଖାନା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ନଷ୍ଟ ହୋଇଥିବା ଶସ୍ୟ/ଭଙ୍ଗା ଚାଉଳ ଏବଂ ମକାରୁ ଇଥାନଲ ଉତ୍ପାଦନ କରିବଯାହା  ଜୈବ ଇନ୍ଧନ ଭାବରେ ପେଟ୍ରୋଲିୟମ ସହିତ ମିଶ୍ରଣ କରାଯିବ   ଏହି କାରଖାନା ଭାରତ ସରକାରଙ୍କ ଜାତୀୟ ଜୈବ ଇନ୍ଧନ ନୀତି ଅନୁଯାୟୀ ଅଟେଯାହା ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଜୈବ ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ 

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେଏହି ଶସ୍ୟ ଭିତ୍ତିକ ଇଥାନଲ୍ କାରଖାନା ପରିବେଶ ନିରନ୍ତରତା ହାସଲ ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ  ମୁଁ ଆଶା କରୁଛି ଯେ ଯେ ଏହି କାରଖାନା ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ସଶକ୍ତୀକରଣରେ ସହାୟକ ହେବ 

ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ଓଡ଼ିଶାରେ ଏକ ଆଧୁନିକ ଇଥାନଲ ପ୍ଲାଣ୍ଟ ନିର୍ମାଣ କରିଥିବାରୁ କଟକ ଆଗ୍ରିଭେଟକୁ ପ୍ରଶଂସା କରିଥିଲେ 

ଏହି ଇଥାନଲ ପ୍ଲାଣ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛିଯାହା ଏହାକୁ ଜିରୋ ଲିକ୍ଵିଡ୍ ଡିସଚାର୍ଜ କାରଖାନାରେ ପରିଣତ କରିଛି  ଏହି କାରଖାନା ଯୋଗୁଁ ପ୍ରାୟ ୨୫୦ ଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ଏବଂ ୧୦୦୦ ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି  ଶସ୍ୟ ଉତ୍ପାଦନ ପାଇଁ ଏକ ସୁଦୃଢ଼ ବଜାର ସୃଷ୍ଟି କରି ଏହି କାରଖାନା ସ୍ଥାନୀୟ କୃଷକମାନଙ୍କୁ ସଶକ୍ତ କରିବ ବୋଲି ଆଶା କରାଯାଉଛି  ଏହି ପ୍ଲାଣ୍ଟ ଦ୍ୱାରା ୩୦ ହଜାରରୁ ଅଧିକ ଚାଷୀ ଉପକୃତ ହୋଇ ପାରିବେ 

"ଏହି ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଳାଣ୍ଟ ପ୍ରତିଷ୍ଠା ସହିତଭାରତର ସ୍ଥାୟୀ ଶକ୍ତି କ୍ଷେତ୍ରରେ ଯୋଗଦାନ ଏବଂ ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରି  ଆମେ ଆନନ୍ଦିତ  ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆମେ ଶୂନ୍ୟ ବର୍ଜ୍ୟବସ୍ତୁ ନିଷ୍କାସନକୁ ସୁନିଶ୍ଚିତ କରିପରିଛୁଯାହା ନିରନ୍ତର ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି,” ବୋଲି କଟକ ଆଗ୍ରିଭେଟ୍ ଲିମିଟେଡ୍  ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୋହିତ ସିଙ୍ଗଲା କହିଛନ୍ତି  ଭବିଷ୍ୟତରେ କଟକ ଆଗ୍ରିଭେଟ୍ ମାଲ୍ଟଗ୍ଲୁକୋଜ୍ଷ୍ଟାର୍ଚ ସମେତ ଅନେକ ନୂଆ ମକା ଭିତ୍ତିକ ଉତ୍ପାଦ ଆଣି ଏହାର ଉତ୍ପାଦ ଅଫରକୁ ବିସ୍ତାର କରିବ ବୋଲି ସେ ସୂଚନା ଦେଇଥିଲେ 

ଏହି ଅବସରରେ କମ୍ପାନୀର ଲୋକ ସମ୍ପର୍କ ମୁଖ୍ୟ ସୁଶୀଲ କୁମାର ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଇଥାନଲ ଯୋଗାଣ ପାଇଁ କଟକ ଆଗ୍ରିଭେଟ ଭାରତ ପେଟ୍ରୋଲିୟମଇଣ୍ଡିଆନ ଅଏଲ  ହିନ୍ଦୁସ୍ତାନ ପେଟ୍ରୋଲିୟମ ସହ ୧୦ ବର୍ଷ ପାଇଁ ଚୁକ୍ତି ସ୍ବାକ୍ଷର କରିଛି