ମୋବାଇଲ୍ ଜାଲରେ ଶିଶୁ

Jul 21, 2025 - 18:12
 1
ମୋବାଇଲ୍ ଜାଲରେ ଶିଶୁ
ମୋବାଇଲ୍ ଜାଲରେ ଶିଶୁ

ଆଜିର ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଯୋଗାଯୋଗଠାରୁ ଆରମ୍ଭ କରି ମନୋରଞ୍ଜନ ଓ ଅନଲାଇନ୍ କାମ ପର୍ଯ୍ୟନ୍ତ, ସବୁକିଛି ଏବେ ହାତମୁଠାରେ । କିନ୍ତୁ ଏହି ସୁବିଧା ଏବେ ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି, ବିଶେଷକରି ଶିଶୁଙ୍କ ପାଇଁ । ବର୍ତ୍ତମାନ ସମସ୍ତେ ମୋବାଇଲ୍ ନିଶାରେ ବୁଡ଼ି ରହିଛନ୍ତି । ଏହି ଅଭ୍ୟାସ କେବଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁନାହିଁ, ବରଂ ସାମାଜିକ ଓ ପାରିବାରିକ ସମ୍ପର୍କକୁ ମଧ୍ୟ ନଷ୍ଟ କରୁଛି । ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ମୋବାଇଲ୍ ବ୍ୟବହାର ଯୁବପିଢ଼ିଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଗଭୀର କୁପ୍ରଭାବ ପକାଉଛି । ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ସ୍କ୍ରିନ୍‌କୁ ଚାହିଁବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି କମିଯିବା, ମୁଣ୍ଡବିନ୍ଧା, ନିଦ୍ରାହୀନତା ଏବଂ ମାନସିକ ଅବସାଦ ଭଳି ସମସ୍ୟା ବୃଦ୍ଧି ପାଉଛି ।