ରାସନକାର୍ଡଧାରୀଙ୍କୁ ମିଳିବ ଅଧିକ 5 କେଜି ଚାଉଳ; ଘୋଷଣା କଲେ ସରକାର
ଭୁବନେଶ୍ବର: ରାସନକାର୍ଡଧାରୀଙ୍କ ପାଇଁ ଖୁସି ଖବର । 19 ଜିଲ୍ଲାରେ ପରିବାର ପିଚ୍ଛା ମିଳିବ ଅଧିକ 5 କେଜି ଚାଉଳ । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ । ଏଥିରେ ୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ପ୍ରମୁଖ ଜିଲ୍ଲାରେ ପରିବାର ପିଛା ଏହି ଅତିରିକ୍ତ ୫ କେଜି ଚାଉଳ ମିଳିବ ।
ଏହି ଅତିରିକ୍ତ ଚାଉଳ ପୂର୍ବ ଭଳି ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ହିଁ ମିଳିବ । ଏହି ଯୋଜନା ଦ୍ଵାରା ୧୯ ଟି ଜିଲ୍ଲାର ୭୦.୪୭ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ । ନଭେମ୍ବର ୧୦ ତାରିଖ ସୁଦ୍ଧା ବଣ୍ଟନ ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଏନେଇ ମିଳିବ ଏହି ଲାଭ ।


