ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ
ଖବର ଓଡ଼ିଶା ବ୍ଯୂର:ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2 ପ୍ରଥମ ଥର ନଭେମ୍ୱର ୨୦୨୪ରେ ଦକ୍ଷିଣ ଆଫ୍ରିକାରେ ଡିଟେକ୍ଟ କରାଯାଇ ଥିଲା। ମାର୍ଚ୍ଚ ୨୦୨୬ ସୁଦ୍ଧା ଏହା ଆମେରିକାର ୨୫ଟି ରାଜ୍ୟରେ ସାମ୍ପଲ୍ସରେ ମିଳିଛି। ଏହା ସହ ୟୁରୋପ (ଯେପରି- ଜର୍ମାନୀ , ଡେନମାର୍କ , ନେଦରଲ୍ୟାଣ୍ଡ୍ସ)ରେ ୩୦ ପ୍ରତିଶତ ଯାଏ ପହଞ୍ଚି ସାରିଛି। WHO ଏହାକୁ ଭାରିଆଣ୍ଟ ଅଣ୍ଡର ମନିଟରିଂ (VUM)ରେ ରଖିଛି। ଆସନ୍ତୁ କୋଭିଡ଼ର ଏହି ନୂଆ ସବଭାରିଆଣ୍ଟ ବିଷୟରେ ବିସ୍ତୃତରେ ଜାଣିବା –
କଣ ଏହି BA.3.2 ସିକାଡା ଭାରିଆଣ୍ଟ ?
ଏହି ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ଡିସେମ୍ୱର ୨୦୨୪ର ଶେଷରେ ପ୍ରଥମ ଥର ଚିହ୍ନଟ ହୋଇଥିଲା ଏବଂ ୨୦୨୫ରେ ଏହା ଅଧିକ ବ୍ୟାପିଛି।
ଏବେ ଏହାକୁ ୨୦ରୁ ଅଧିକ ଦେଶରେ ଦେଖାଯାଇ ସାରିଛି।
ଏହା ଓମିକ୍ରନ ଭାରିଆଣ୍ଟର ବଂଶଜ , ଯାହା ଡିସେମ୍ୱର ୨୦୨୧ରେ ସାମ୍ନାକୁ ଆସିଥିଲା।
ଏଥିରେ ସ୍ପାଇକ୍ ପ୍ରୋଟିନରେ ପାଖାପାଖି ୭୦-୭୫ ମ୍ୟୁଟେସନ ଥିବା କୁହାଯାଇଛି।
ବିଶେଷଜ୍ଞଙ୍କ ଅନୁସାରେ , ଏହି ଭାରିଆଣ୍ଟରୁ ଏବେ କୌଣସି ଅଧିକ ବିପଦ ନାହିଁ। ଏହା ୨୦୨୫-୨୦୨୬ର ଥଣ୍ଡାରେ ବ୍ୟାପି ଥିବା ଅନ୍ୟ ଭାରିଆଣ୍ଟର ତୁଳନାରେ ଅଧିକ ଗମ୍ଭୀର ରୋଗ ସୃଷ୍ଟି କରୁ ନାହିଁ।
ହେଲେ , ଅନେକ ମ୍ୟୁଟେସନର କାରଣରୁ ବର୍ତ୍ତମାନର କୋଭିଡ ଭାକ୍ସିନ ଏହା ଉପରେ ପ୍ରଭାବହୀନ ହୋଇପାରେ।
ସିକାଡା ଭାରିଆଣ୍ଟର ଲକ୍ଷଣ –
ଏହି ଭାରିଆଣ୍ଟର ଲକ୍ଷଣ ପୂର୍ବର ଓମିକ୍ରନ ଷ୍ଟ୍ରେନ୍ ସହ ମେଳ ସମାନ ହେଉଛି। ଏବେସୁଦ୍ଧା କୌଣସି ନୂଆ କି ଅସାଧାରଣ ଲକ୍ଷଣ ଦେଖିବାକୁ ମିଳି ନାହିଁ। ମୁଖ୍ୟ ଲକ୍ଷଣ ଏହି ପ୍ରକାରର –
ଗଳାରେ ଯନ୍ତ୍ରଣା ଅନୁଭବ ହେବା
ଶୁଖିଲା କାଶ
କ୍ଲାନ ଲାଗିବା ସହ ଶରୀରରେ ଯନ୍ତ୍ରଣା
ଜ୍ୱର ଓୋ ଥଣ୍ଡା ଲାଗିବା
ମୁଣ୍ଡବ୍ୟଥା


