ନେପାଳ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

Sep 9, 2025 - 22:39
Sep 9, 2025 - 22:39
 2
ନେପାଳ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବିକ୍ଷୋଭ ବଢ଼ୁଛି, ନେପାଳ ଜଳୁଛି । ସାମାଜିକ ଗଣମାଧ୍ୟମ ଉପରୁ ନିଷେଧାଦେଶ ପ୍ରତ୍ୟାହାର ଓ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଏବଂ କେତେକ ମନ୍ତ୍ରୀଙ୍କ ଇସ୍ତଫା ସତ୍ତ୍ୱେ ଅଧିକ ଅଣାୟତ୍ତ ହୋଇପଡ଼ିଛି ସ୍ଥିତି  ।  କାଠମାଣ୍ଡୁରେ ଲାଗିଥିବା ବିବାଦର ନିଆଁ ନେପାଳର ଅନ୍ୟ ସହରକୁ ମାଡ଼ିଲାଣି  ।  ଏପଟେ ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି ସହ ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି  । 

ଭାରତୀୟ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ଭାରତ ପକ୍ଷରୁ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଆଡଭାଇଜରି ଜାରି କରାଯାଇଛି। ନେପାଳରେ ଥିବା ଭାରତୀୟମାନେ ସତର୍କ ରହିବା ସହ ସଂଯମ ଆଚରଣ କରିବା ପାଇଁ ଦିଆଯାଇଛି ପରାମର୍ଶ । ଦରକାର ପଡ଼ିଲେ ଫୋନରେ ଭାରତୀୟ ଦୂତାବାସ ସହ ଯୋଗଯୋଗ କରିପାରିବେ। ଏଥିପାଇଁ ଦିଆଯାଇଛି ଫୋନ୍‌ ନମ୍ୱର -  ୯୭୭- ୯୮୦୮୬୦୨୮୮୧ ଏବଂ ୯୭୭- ୯୮୧୦୩୨୬୧୩୪ ।  ନେପାଳ ସ୍ଥିତି ଉପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧିକାରୀ କଡ଼ା ନଜର ରଖିଛନ୍ତି। ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯିବ ।