ଆଜି ଭୂମି ଅଧିକାର ପ୍ରମାଣପତ୍ର ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦିଆଯିବ
patta land, odisha basti people
ଭୁବନେଶ୍ବର: ୩୧-୧୦- ୨୦୨୩ - ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆଜି ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦିଆଯିବ ଦ୍ବିତୀୟ ପର୍ୟ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର। ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର କାର୍ୟ୍ୟକ୍ରମ ଜାଗା ମିଶନ ଜରିଆରେ ସମସ୍ତ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଗଷ୍ଟ ୨୮ ତାରିଖରେ ୫୧ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।
ପର୍ୟ୍ୟାୟକ୍ରମେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣ ପ୍ରଦାନ କରାଯିବ । ଭୁବନେଶ୍ବର ମହାନଗର ନିଗମର ୩ଟି ଜୋନ ୫ ହଜାର ୫୪୨ ପରିବାରଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯିବ। ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୱାର୍ଡ ନମ୍ବର ୫୭ର ବଡ଼ଗଡ଼ ବ୍ରିଟ୍ କଲୋନୀ, ଦକ୍ଷିଣ-ପୂର୍ବ ଜୋନ୍ ପାଇଁ ୱାର୍ଡ ନମ୍ବର ୪୭ର ୟୁନିଟ୍ ୮ କମ୍ୟୁନିଟି ସେଣ୍ଟର ଓ ଉତ୍ତର ଜୋନ୍ ପାଇଁ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଏଲ୍ଆରସି ବଣ୍ଟନ କରାଯିବ।


