ମିନାକ୍ଷୀ ବାହିନୀପତି ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

କଂଗ୍ରେସର ଦୀର୍ଘଦିନ ଧରି ସଭାପତି ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି।

Jan 30, 2024 - 22:25
 4
ମିନାକ୍ଷୀ ବାହିନୀପତି ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓଡ଼ିଶାରେ ନିଜର ମହିଳା ମୁଖିଆଙ୍କୁ ପରିବର୍ତ୍ତନ କରିଛି । କୋରାପୁଟ ଜିଲ୍ଲା କଂଗ୍ରେସର ଦୀର୍ଘଦିନ ଧରି ସଭାପତି ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଏଆଇସିସି ପକ୍ଷରୁ ଜାରି ହୋଇଛି ।

ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ମିନାକ୍ଷୀ ବାହିନୀପତିଙ୍କୁ ତତ୍କାଳ ପ୍ରଭାବରୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ କାର୍ଯ୍ୟ କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅନୁମୋଦନ କରିଛନ୍ତି। ଶ୍ରୀମତୀ ବାହିନୀପତି ହେଉଛନ୍ତି ଜୟପୁର ବିଧାୟକ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ।