ମଣିପାଲ ହସ୍ପିଟାଲର ଡାକ୍ତର ସାର୍ଥକ ପଟ୍ଟନାୟକ ଭାରତୀୟ ଆଇସ୍ ହକି ଟିମ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ନିଯୁକ୍ତ
ଖବର ଓଡ଼ିଶା ବ୍ଯୂର:29/01/2025: ଭୁବନେଶ୍ୱର : ମଣିପାଲ ହସ୍ପିଟାଲର ଡାକ୍ତର ତଥା ଆର୍ଥୋସ୍କୋପିକ୍ ସର୍ଜନ ଏବଂ କ୍ରୀଡା ଆଘାତ ବିଷେଷଜ୍ଞ ତଥା ସ୍କୋର୍ଟ୍ସ ସାଇନସ୍ ଇଣ୍ଡିଆ (SSI)ର ପ୍ରତିଷ୍ଠାତା ସାର୍ଥକ ପଟ୍ଟନାୟକ ପ୍ରଥମ ଓଡ଼ିଆ ଡାକ୍ତର ଭାବରେ ୨୦୨୫ ଏସିଆନ୍ ୱିଣ୍ଟର ଗେମ୍ ପାଇଁ ଭାରତୀୟ ଆଇସ୍ ହକି ଟିମ୍ର ମୁଖ୍ୟ ମେଡିକାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ଫେବୃୟାରୀ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଚୀନାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ୱିଣ୍ଟର ଗେମ୍ ନବମ ସଂସ୍କରଣ Harbin ୨୦୨୫ପାଇଁ ଡାକ୍ତର ସାର୍ଥକ ନିଯୁକ୍ତି ପାଇବା ସାରା ଓଡିଶା ପାଇଁ ଗର୍ବ ଆଣିଛି।
ଡାକ୍ତର ସାର୍ଥକ ପଟ୍ଟନାୟକ ଜଣେ ଅଭିଜ୍ଞ କ୍ରୀଡା ଆଘାତ ବିଷେଷଜ୍ଞ ତଥା ଆର୍ଥୋସ୍କୋପିକ୍ ସର୍ଜନ ଭାବରେ ଦେଶ ବିଦେଶରେ ବେଶ ସୁପରିଚିତ । ତାଙ୍କ ଦୀର୍ଘ ୧୪ ବର୍ଷର ଅଭିଜ୍ଞତା ଅନେକ ଖେଳାଳୀଙ୍କୁ ଖେଳ ସମୟରେ ହେଉଥିବା ଆଘାତ ଠାରୁ କିଭଳି ସୁରକ୍ଷିତ ରହିବେ ତଥା ଆଘାତ ପରେ ପ୍ରାଥମିକ ଚିକିତ୍ସା କିଭଳି କରିହେବ ସେ କ୍ଷେତ୍ରରେ ସେ କାମ କରନ୍ତି । ଆର୍ନ୍ତଜାତୀୟ ସ୍ତରରେ କ୍ରୀଡା ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ।
ଭାରତୀୟ ଆଇସ୍ ହକି ଦଳ ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ନିଯୁକ୍ତ ହେବା ପରେ ଡାକ୍ତର ସାର୍ଥକ ପଟ୍ଟନାୟକ କହିଛନ୍ତି ଏହା ମୋ ପାଇଁ ଗର୍ବର ବିଷୟ। ମୁଁ ଆମର ଖେଳାଳୀଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ନିଶ୍ଚିତ ଭାବରେ ଠିକ୍ ରଖିବି । ୨୦୨୫ ଏସିଆନ୍ ୱିଣ୍ଟର ଗେମ ସମୟରେ ସେମାନଙ୍କ ପ୍ରସ୍ତୁତି ଏବଂ ଅଶଂଗ୍ରହଣ ସମୟରେ ସେମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ସେବା ଏବଂ ସହାୟତା ଯୋଗାଇଦେବି ।
ଡାକ୍ତର ସାର୍ଥକ ପଟ୍ଟନାୟକ ହେଉଛନ୍ତିି ପ୍ରଥମ ସର୍ଜନ ଯିଏ କି ପୂର୍ବ ଭାରତର ହିପ୍ ଆର୍ଥୋସ୍କୋପି କରିଥିଲେ ଏବଂ କଳିଙ୍ଗ ଷ୍ଟାଡ଼ିୟମରେ ପୂର୍ବ ଭାରତରେ ସର୍ବପ୍ରଥମ କ୍ରୀଡ଼ା କନକ୍ଲେଭ ଆୟୋଜନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର କ୍ଳିନିକ, ସ୍ପୋଟର୍ସ ସାଇନ୍ସ ଇଣ୍ଡିଆ, ଏହି ଅଞ୍ଚଳର ପ୍ରଥମ ଉର୍ତ୍ସଗୀକୃତ କ୍ରୀଡ଼ା କ୍ଲିନିକ । ତାଙ୍କର ପାରଦର୍ଶିତା ତାଙ୍କୁ ଅଲିମ୍ପିକ ଚାମ୍ପିଅନ୍ ନୀରଜ ଚୋପ୍ରା, ରବି କୁମାର ଏବଂ ଶ୍ରାବଣୀ ନନ୍ଦ ତଥା ଓଡ଼ିଶା ରଣଜୀ କ୍ରିକେଟ ଦଳ ଏବଂ ଅଲମ୍ପିଆନ୍ ଖେଳାଳିମାନଙ୍କଙ୍କ ସମେତ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଆଥଲେଟଙ୍କ ବିଶ୍ୱାସ ହାସଲ କରିଛି । ଡକ୍ଟର ପଟ୍ଟନାୟକ ୫୦୦୦ରୁ ଅଧିକ ଆର୍ଥ୍ରୋସ୍କୋପିକ୍ ପଦ୍ଧତିକୁ ସଫଳତାର ସହ ଚିକିତ୍ସା କରି କ୍ରୀଡ଼ାକୁଫେରିଥିବା ଆଥଲେଟିଆନଙ୍କ ପାଇଁ ସର୍ବୋଚ୍ଚ ସଫଳତା ହାସଲ କରିଛନ୍ତି ।
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର ମଧ୍ୟ ଡାକ୍ତର ପଟ୍ଟନାୟକଙ୍କ ନିଯୁକ୍ତିକୁ ନେଇ ଗର୍ବ ଅନୁଭବ କରିଥିବା କହିଛନ୍ତି । ଭାରତୀୟ ଆଇସ୍ ହକି ଦଳ ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ ଡାକ୍ତର ପଟ୍ଟନାୟକଙ୍କ ଚୟନ ହେଉଛି ତାଙ୍କର ଉର୍ତ୍ସଗୀକୃତତା, ପାରଦର୍ଶିତା ଏବଂ କ୍ରୀଡ଼ା ମେଡିସିନକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ପ୍ରମାଣ । ତାଙ୍କର ନେତୃତ୍ୱ ଏବଂ ଅଭିଜ୍ଞତା ନିଶ୍ଚିତ ଭାବରେ ଦଳ ପାଇଁ ଅମୂଲ୍ୟ ହେବ କାରଣ ସେମାନେ ୨୦୨୫ ଏସିଆନ୍ ୱିଣ୍ଟର ଗେମ୍ ପାଇଁ ପ୍ରସ୍ତୁତ ଏବଂ ପ୍ରତିଦ୍ୱନ୍ଦିତା କରିବେ ।


