ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ
ନୂଆଦିଲ୍ଲୀ: ଆସାମରେ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ। ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଥିବା ସୂଚନା ମିଳିଛି। ଆସାମର ଦିବାଲଙ୍ଗ ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଛି। ଅପରାହ୍ନ ସମୟରେ ଏହି ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଏଥିରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇ ନଥିବା ଜଣାପଡିଛି । ଟ୍ରେନର ୮ କୋଚ୍ ଲାଇନଚ୍ଯୁତ ହୋଇଥିଲା ।
ଲୁମଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବଦାରପୁର ନିକଟରେ ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଟ୍ରେନର ପାୱାର କାର ସହ ଇଂଜିନ ମଧ୍ୟ ରେଳଧାରଣାରୁ ବାହାରକୁ ଚାଲିଯାଇଛି । ଲୁମଡିଙ୍ଗ-ବଦାରପୁର ଟ୍ରାକରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।


