IPL 2026: ସୁପର କିଙ୍ଗ୍‌ସ ଆଗରେ ୧୯୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ସନ୍‌ରାଇଜର୍ସ

Apr 18, 2026 - 22:31
 6
IPL 2026: ସୁପର କିଙ୍ଗ୍‌ସ ଆଗରେ ୧୯୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ସନ୍‌ରାଇଜର୍ସ

ଖବର ଓଡ଼ିଶା ବ୍ଯୂର:ହାଇଦ୍ରାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ୨୭ତମ ମ୍ୟାଚ୍‌ ହାଇଦ୍ରାବାଦ୍‌ରେ ଜାରି ରହିଛି। ଏହି ମ୍ୟାଚ୍‌ରେ ଆୟୋଜକ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇ ଏଠାରେ ଟସ୍‌ ଜିଣି ପ୍ରଥମେ ବୋଲଂ ନିଷ୍ପତ୍ତି ନେଲା ପରେ ଈଶାନ କିଶନଙ୍କ ଦଳ ବ୍ୟାଟିଂ କରିଥିଲା। ଅଭିଷେକ ଶର୍ମା ଏବଂ ହେନ୍‌ରିକ୍‌ କ୍ଲାସେଁଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୯୪ ରନ୍‌ କରିଛି। ଫଳରେ ଚେନ୍ନାଇକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୯୫ ରନ୍‌ର ଲକ୍ଷ୍ୟ ମିଳିଛି। 

ଆରମ୍ଭରୁ ହାଇଦ୍ରାବାଦ୍‌ର ଭଲ ବ୍ୟାଟିଂ କରିଥିଲଶ। ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଏବଂ ଟ୍ରାଭିସ୍‌ ହେଡ୍‌ ପ୍ରଥମ ୱିକେଟ ପାଇଁ ୭୫ ରନ୍‌ର ଭାଗିଦାରୀ କରିଥିଲେ। ହେଡ୍‌ ୨୦ଟି ବଲ୍‌ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୩ ରନ୍‌ ସଂଗ୍ରହ କରିଥିଲେ। ସେ ଆଉଟ୍‌ ହେଲା ପରେ ତାଙ୍କ ସ୍ଥାନ ପୂରଣ କିବାକୁ ଆସିଥିଲେ ଅଧିନାୟକ ଈଶାନ କିଶନ। କିନ୍ତୁ ସେ ମାତ୍ର‌ ଗୋଟିଏ ବଲ୍‌ ସାମ୍ନା କରି ଖାତା ଖୋଲିପାରି ନପାରି ମୁକେଶ ଚୌଧୁରୀଙ୍କ ବଲ୍‌ ଋତୁରାଜ ଗାଏକ୍ବାର୍ଡଙ୍କୁ ଦେଇ ଆଉଟ ହୋଇଥିଲେ। 

ଚେନ୍ନାଇର ତୃତୀୟ ଶିକାର ହୋଇଥିଲେ ଅଭିଷେକ ଶର୍ମା। ଆଉଟ ହେବା ପୂର୍ବରୁ ଅଭିଷେକ ୨୨ଟି ବଲ୍‌ର ସାମ୍ନା କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ୪ଟି ଛକା ମାରି ବ୍ୟକ୍ତିଗତ ଭାବେ ୫୯ ରନ୍‌ ଯୋଡ଼ିଥିଲେ। ଅଭିଷେକ ଆଉଟ୍‌ ହେଲା ବେଳକୁ ହାଇଦ୍ରାବାଦ୍‌ର ସ୍କୋର ୯୩ ରନ୍‌ ଥିଲା। ଅନିକେତ ବର୍ମା ୨ ରନ୍‌, ନୀତୀଶ କୁମାର ରେଡ୍ଡୀ ୧୨ ରନ୍‌ ଏବଂ ସଲିଲ ଅରୋରା ୧୩ ରନ୍‌ ସଂଗ୍ରହ କରିଥିଲେ। ହେନ୍‌ରିକ୍‌ କ୍ଲାସେଁ ୩୯ଟି ବଲ୍‌ର ସାମ୍ନା କରି ୫୯ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ।