ବିହାରରେ ସୀମା ଡେଇଁଲେ ବିଜେପି-କଂଗ୍ରେସ: ବାଡ଼ାବାଡ଼ି

Sep 2, 2025 - 19:55
 1
ବିହାରରେ ସୀମା ଡେଇଁଲେ ବିଜେପି-କଂଗ୍ରେସ: ବାଡ଼ାବାଡ଼ି

ପାଟନାରେ ଆଜି ବିଜେପି କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ରାହୁଲ ଗାନ୍ଧୀଙ୍କଭୋଟର ଅଧିକାର ଯାତ୍ରାସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବାକୁ ବିରୋଧ କରି ବିଜେପି କର୍ମୀମାନେ ପାଟନାସ୍ଥିତ କଂଗ୍ରେସ ଅଫିସରେ ଭଙ୍ଗାରୁଜା କରିଛନ୍ତି।  ଉଭୟ ବିଜେପି କଂଗ୍ରେସ ପରସ୍ପର ବିରୋଧରେ ହିଂସା ପାଇଁ ଉସୁକାଇଥିବା ଅଭିଯୋଗ କରିଛନ୍ତି। ବିଜେପି କର୍ମୀମାନେ କହିଛନ୍ତି ଯେ ସେମାନେ ପାଟନାସ୍ଥିତ କଂଗ୍ରେସ ଅଫିସ ସାମନାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ। କିନ୍ତୁ ହଠାତ୍କିଛି ଲୋକ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି କର୍ମୀମାନେ ସେମାନଙ୍କ ଉପରକୁ ପଥର ମାଡ଼ କରିବା ସହ ଲାଠିରେ ନିସ୍ତୁକ ପ୍ରହାର କରିଛନ୍ତି।

ରାସ୍ତା ଉପରେ ବିଜେପି-କଂଗ୍ରେସ  ସଂଘର୍ଷର କିଛି ଭିଡିଓ ଜାରି ହୋଇଛି। ଗୋଟିଏ ଭିଡିଓରୁ ଦେଖିବାକୁ ମିଳିଛି ଯେ ଅନେକ ବିଜେପି କର୍ମୀ ପାଟନାସ୍ଥିତ କଂଗ୍ରେସ ଅଫିସ ଗେଟ୍କୁ ବଳପୂର୍ବକ ଖୋଲି ଭିତରକୁ ପଶୁଛନ୍ତି। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛିଯେ ଉଭୟ ଦଳର ସଦସ୍ୟମାନେ ପାଟନାସ୍ଥିତ କଂଗ୍ରେସ ଅଫିସ ବାହାରେ  ଦଳୀୟ ପତାକା ଧରି ପରସ୍ପରକୁ ଆକ୍ରମଣ କରୁଛନ୍ତି। କିଛି କଂଗ୍ରେସ ନେତା ବିଜେପିକୁ ଚେତାବନୀ ଦେଇ କହିଛନ୍ତି, ଏଭଳି ଗୁଣ୍ଡାଗିରିର ଠିକଣା ଜବାବ ଦିଆଯିବ। ସରକାରଙ୍କ ସମ୍ପୃକ୍ତି ସହ ଏଭଳି କାର୍ଯ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହିଂସାକୁ ପ୍ରୋତ୍ସାହନ ଦେଇ ଭୁଲ୍କରୁଛନ୍ତି ବୋଲି ଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ରୢାଲିରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଆଯାଇଥିବା ଅପମାନଜନକ ଟିପ୍ପଣୀ ପାଇଁ ବିଜେପି  ନିଃସର୍ତ୍ତ କ୍ଷମା ଦାବି କରିଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା  ମହମ୍ମଦ ରିଜ୍ଭି ଓରଫ୍ରାଜାଙ୍କୁ ଦରଭଙ୍ଗା ପୁଲିସ ଗିରଫ କରିଛି।