ଆମ୍ରି ହସ୍ପିଟାଲ ପରିସରରେ ଲିଭର କ୍ଲିନିକ ଉଦଘାଟିତ Nabin Odisha BureauN

May 8, 2024 - 19:14
 5
ଆମ୍ରି ହସ୍ପିଟାଲ ପରିସରରେ ଲିଭର କ୍ଲିନିକ ଉଦଘାଟିତ Nabin Odisha BureauN

ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ଵର, ୮ ମଇ, ୨୦୨୪: ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲ ପରିସରରେ ଲିଭର କ୍ଲିନିକର ଶୁଭାରମ୍ଭ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ଯକୃତ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତିଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହା ସହ ବିଶେଷଜ୍ଞ ଡାକ୍ତରୀ ଟିମର ମାର୍ଗଦର୍ଶନରେ ଅଂଶଗ୍ରହଣକାରୀମାନେ ଉପଯୁକ୍ତ ପରାମର୍ଶ ନେଇଥିଲେ।

ଲିଭର କ୍ଲିନିକର ଶୁଭାରମ୍ଭ ଅବସରରେ ଆମ୍ରି ହସ୍ପିଟାଲର ଦକ୍ଷିଣ-ପୂର୍ବାଞ୍ଚଳ ନିର୍ଦ୍ଦେଶକ ଡ. ସୁଧାକର କାନ୍ତିପୁଡ଼ି କହିଛନ୍ତି, ଭୁବନେଶ୍ୱରରେ ଯକୃତ ରୋଗ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଉଛି। ତେଣୁ ଫଳପ୍ରଦ ଚିକିତ୍ସା ପାଇଁ ଶୀଘ୍ର ରୋଗ ନିର୍ଣ୍ଣୟ କରିବା ନିହାତି ଆବଶ୍ୟକ। ଏହି ନୂତନ ଲିଭର କ୍ଲିନିକ୍ ଅତ୍ୟନ୍ତ ଆବଶ୍ୟକୀୟ ଏବଂ ଉନ୍ନତ ଜ୍ଞାନକୌଶଳ ସହିତ ଚିକିତ୍ସା ପ୍ରଦାନ କରିବ ଏବଂ ଯକୃତ ରୋଗୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବ।

ଆମ୍ରି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଶକ୍ତିମାୟା ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ବରରେ ଏହି ଲିଭର କ୍ଲିନିକର ଶୁଭାରମ୍ଭ କରି ଆମେ ଆନନ୍ଦିତ। ଗୋଟିଏ ଛାତ ତଳେ ରୋଗ ନିରାକରଣ, ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ଉପରେ ଧ୍ୟାନ ଦେଇ ଆମେ ଯକୃତ ରୋଗରେ ପୀଡ଼ିତ ଲୋକଙ୍କ ଜୀବନର ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ଆଣିପାରିବା।

ପରାମର୍ଶଦାତା ତଥା ଯକୃତ ପ୍ରତିରୋପଣ ସର୍ଜନ ଡାକ୍ତର ରାଜଶେଖର କେ ଯକୃତ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରି କହିଥିଲେ, "ଯକୃତ ରୋଗର ଶେଷ ପର୍ଯ୍ୟାୟରେ ଉନ୍ନତ ଚିକିତ୍ସା ସହ ଯକୃତ ପ୍ରତିରୋପଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଜୀବନଶୈଳୀରେ ପରିବର୍ତ୍ତନ ଆଣି ଯକୃତ ରୋଗକୁ ଏଡ଼ାଇବା ଏବଂ ସାମଗ୍ରିକ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଆମ୍ରି ହସ୍ପିଟାଲର ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ବରିଷ୍ଠ ପରାମର୍ଶଦାତା ଡାକ୍ତର ପ୍ରତାପ ବେହେରା ଆଲୋକପାତ କରିଥିଲେ।

ଆମ୍ରି ହସ୍ପିଟାଲର ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ପରାମର୍ଶଦାତା ଡାକ୍ତର ଜ୍ଞାନରଞ୍ଜନ ରାଉତ ସ୍ୱାସ୍ଥ୍ୟସେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ, ଯକୃତ ରୋଗର ନିରବ ପ୍ରକୋପ ଯକୃତର ସର୍ବୋତ୍ତମ ସ୍ୱାସ୍ଥ୍ୟ ପାଇଁ ସକ୍ରିୟ ପଦକ୍ଷେପ ଏବଂ ବିଶେଷ ଯତ୍ନର ଗୁରୁତ୍ୱକୁ ସୂଚାଇଥାଏ।