ଟ୍ରାକରୁ ଖସିଲା ଯାତ୍ରୀବାହୀ ଟ୍ରେନ୍ର ଏକାଧିକ ବଗି
ଖବର ଓଡ଼ିଶା ବ୍ଯୂର:ଯାଜପୁର: ସକାଳୁ ସକାଳୁ ବଡ଼ ଦୁର୍ଘଟଣା । ନ୍ୟୁ ଜଲପାଇଗୁଡ଼ି ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଯାଜପୁର ଜିଲ୍ଲା ଯଖପୁରା ରେଳଷ୍ଟେସନରେ ଲାଇନଚ୍ୟୁତ ହେଲା ଏମଜିଆର-ଚେନ୍ନାଇ ସେଣ୍ଟ୍ରାଲ ନିୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ । ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରାକରୁ ଖସିଥିଲା ୩ଟି ବଗି ।
ଗୋଟିଏ ଏସି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଛି। ଅଘଟଣ ସମୟରେ ଟ୍ରେନର ବେଗ କମ୍ ଥିଲା । ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ସେପଟେ ଖବର ପଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ରେଳ ବିଭାଗର ବରିଷ୍ଠ ଅଧିକାରୀ । ଟ୍ରେନର ମରାମତି କାର୍ଯ୍ୟ ଜାରି ରହିଛି ।
ତେବେ ଲାଇନଚ୍ୟୁତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ଅଧିକ ସୂଚନା ପାଇଁ ଚଦନ୍ତ ଜାରି ରହିଛି ।


