କାଲି ନୂଆଁଖାଇ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

Sep 19, 2023 - 15:44
 5
କାଲି ନୂଆଁଖାଇ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ଚାଲିଛି ପ୍ରସ୍ତୁତି । ଚାଷୀ ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ନିଜ ଘରେ ସମସ୍ତଙ୍କ ସହିତ ମିଶି ନୂଆ ଖାଇବେ । ଏହାପରେ ନୂଆଁଖାଇ ଜୁହାର ଭେଟ୍‌ ହେବ । ନୂଆଁଖାଇ ପାଇଁ ମହିଳାମାନେ ଘର ସଫା ସୁତରା କରିବା ସହିତ ଗୋବର ମାଟି ଲେପ ଦେଇଛନ୍ତି । ବସଷ୍ଟାଣ୍ଡଠୁ ରେଳ ଷ୍ଟେସନ, ସବୁଠି ଦେଖିବାକୁ ମିଳୁଛି ଲୋକଙ୍କ ଘରବାହୁଡ଼ା  । ଘରେ ପହଞ୍ଚିବାକୁ ସମସ୍ତଙ୍କ ମନରେ ଦେଖିବାକୁ ମିଳୁଛି ଉତ୍ସାହ । ଅନ୍ୟଦିନରେ ଘରକୁ ଫେରୁଥିଲେ ବି ନୂଆଁଖାଇ ପାଇଁ ଘରକୁ ଫେରିବାର ମଜା କିଛି ଅଲଗା ଥାଏ  । ଯେଉଁଥି ପାଇଁ ଯିଏ ଯେଉଁଠି ରହିଥିଲେ ସୁଦ୍ଧା ଘରକୁ ବାହୁଡ଼ୁଛନ୍ତି  । ଉତ୍ସାହର ସହ ବୁଧବାର ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ।